ଲଘୁଚାପ ଜନିତ ବର୍ଷରେ ସାରା ରାଜ୍ୟ ବେହାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଣିପାଗ ବିଭାଗ ସୂଚନା ଅନୁସାରେ ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇଥିବା ବେଳେ ଏଥିରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ହେବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏଥିରେ ଉତ୍ତର ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିବାଗ ବିଭାଗ ସୂଚନା ଦେଇଛି। ସେହିପରି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେଓଗଡ଼ ଓ ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ବୈଦ୍ଧ, କନ୍ଧମାଳ ଏବଂ ଗଜପତିକୁ ଏଲୋ ୱାର୍ଣ୍ଣିଂ ଦିଆଯାଇଛି।