ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜୁ ହୋଇଛି । ଏସଆଇ ପପୁ ନାୟକ ଏତଲା ଦେଇଥିବାବେଳେ ରେଲୱେର ଦାୟିତ୍ୱହୀନତା ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି । ଆଇପିସି ଧାରା ୩୩୭, ୩୩୮, ୩୦୪-କ, ୩୪ ଏବଂ ରେଲୱେ ଆକ୍ଟ ୧୫୩, ୧୫୪ ଓ୧୭୫ରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ଡିଏସପି ରଞ୍ଜିତ ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।