ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ଶ୍ରୀ ଆରୁଖ କହିଛନ୍ତି । ଶ୍ରୀ ଆରୁଖ କହିଛନ୍ତି ଯେ, ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ଦେଇଛି । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ମୁଁ ନିର୍ବାହ କରିଛି । ଭବିଷ୍ୟତରେ ଦଳରେ ବା ସରକାରରେ ଯାହା ଦାୟିତ୍ୱ ମିଳିବ ତାହା କରିବି ।