ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ ଅନୁଷ୍ଠାନ ପକ୍ଷରୁ କଟକ ରୋଡସ୍ଥିତ ୩୧ ନମ୍ବର ୱାର୍ଡରେ ଓଡ଼ିଆ ନବବର୍ଷ ଓ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର କଟକ ରୋଡସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖରେ ପଣା ବଣ୍ଟା ଯାଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା, ୩୧ ନମ୍ବର ୱାର୍ଡର କର୍ପୋରେଟର କୁମାରନ୍ଦ୍ର ମହାପାତ୍ର, ସମାଜସେବୀ ଦିଲ୍ଲୀପ କୁମାର ଜେନା, ବଳରାମ ନାୟକ, ସମାଜସେବୀ ରଂଜିତ ପ୍ରଧାନ, ତାପସ ମହାପାତ୍ର, ମନୋଜ ପ୍ରଧାନ, ଧନେଶ୍ୱର ଧଳ, ଅନେକ ବୁଦ୍ଧିଜୀବୀ ଓ ମହିଳା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।