୧୦ ବର୍ଷରେ ହାତୀ ମୃତ୍ୟୁସଂଖ୍ୟା ୭୮୪

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମଣିଷ ମୃତ୍ୟୁକୁ ନେଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଉତ୍ତର ରଖିଛନ୍ତି । ଦୀର୍ଘ ୧୦ ବର୍ଷ ମଧ୍ୟରେ ୭୮୪ ହାତୀ ମରିଥିବାବେଳେ ୯୨୫ ମଣିଷଙ୍କୁ ହାତୀ ମାରିଛି । ୨୦୧୨ରେ ୮୨, ୧୩ରେ ୭୦, ୧୪ରେ ୫୪, ୧୫ରେ ୮୬, ୧୬ରେ ୭୬, ୧୭ରେ ୭୮, ୧୮ରେ ୯୩, ୧୯ରେ ୮୨, ୨୦-୨୧ରେ ୭୭ ଓ ୨୧-୨୨ରେ ୮୬  ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ରେ ୮୦, ୧୩ରେ ୬୭, ୧୪ରେ ୬୫, ୧୫ରେ ୮୯, ୧୬ରେ ୬୬, ୧୭ରେ ୧୦୫, ୧୮ରେ ୮୫, ୧୯ରେ ୧୧୭, ୨୦-୨୧ରେ ୧୩୯ ଓ ୨୧-୨୨ରେ ୧୧୨ ମଣିଷଙ୍କୁ ହାତୀ ମାରିଛି । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଥିବା ନେଇ ମନ୍ତ୍ରୀ କହିଛନ୍ତି ।