ମଲାଇକାଙ୍କ ଯୋଗ ଫଟୋ ଭାଇରାଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବଲିଉଡର ଦମଦାର ଆକ୍ଟ୍ରେସ୍ ମଲାଇକା ଅରୋରା। ଡାନ୍ସ ହେଉ କି କୌଣସି କାର୍ଯ୍ୟକ୍ରମର ହୋଷ୍ଟିଂ; ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଏହାଛଡ଼ା ନିଜର ଫିଟ୍ ଫିଗର୍ ପାଇଁ ମଧ୍ୟ ସେ ସର୍ବଦା ଥାଆନ୍ତି ଚର୍ଚ୍ଚାରେ। ମଲାଇକାଙ୍କ ଫିଟନେସ୍ ବାବଦରେ ବେଶି କିଛି କହିବା ଆବଶ୍ୟକ ନାହିଁ। ସୋସିଆଲ୍ ମିଡିଆରେ ବି ବେଶ୍ ଆକ୍ଟିଭ୍ ମଲାଇକା ନିକଟରେ ଯୋଗ କରୁଥିବା ସମୟର ଏକ ଫଟୋ ସେୟାର୍ କରି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ମଲାଇକାଙ୍କ ଏହି ଫଟୋ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଇନଷ୍ଟାଗ୍ରାମ୍ ରେ ସେୟାର୍ ହୋଇଥିବା ଏହି ଫଟୋଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ମଲାଇକା ଛାତରୁ ଓଲଟା ଓହଳିଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ଷ୍ଟାଇଲ୍ ଦେଖି ଯେ କେହି ମୁହୂର୍ତ୍ତଟିଏ ପାଇଁ ଡରିଯିବ। ମାତ୍ର ଓଲଟା ଓହଳିବା ସତ୍ତେ୍ୱ ମଲାଇକାଙ୍କ ମୁହଁରେ ସାମାନ୍ୟ ଅସହଜ ଭାବ ନାହିଁ। କପଡ଼ା ଜରିଆରେ ସେ ଛାତରୁ ଲଟକି ରହିଛନ୍ତି। ଯୋଗ ବଦଳରେ ନିଜେ କେବଳ ଫିଟ୍ ରହନ୍ତି ନାହିଁ, ବରଂ ଅନ୍ୟମାନଙ୍କୁ ଫିଟ୍ ରହିବା ପାଇଁ ପ୍ରେରଣା ଦିଅନ୍ତି ମଲାଇକା।