କାଓ ବୟ ହ୍ୟାଟରେ ସୁହାନାଙ୍କ ଜବରଦସ୍ତ ପୋଜ୍

କିଙ୍ଗ୍ ଖାନ୍ ଶାହରୁଖଙ୍କ ଝିଅ ସୁହାନା ଖାନ୍ ଫିଲ୍ମରେ ଅଭିନୟ କରିନାହାନ୍ତି। ମାତ୍ର ଯୁବଗୋଷ୍ଠୀଙ୍କ ମଧ୍ୟରେ ତାଙ୍କର କ୍ରେଜ୍ କୌଣସି ଫିଲ୍ମଷ୍ଟାରଙ୍କଠୁ କିଛି କମ୍ ନୁହେଁ। ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ସୁହାନା ପ୍ରତ୍ୟେକ ଦିନ ଫଟୋ, ଭିଡିଓ ଆଦି ସେୟାର୍ କରି ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି। ସୁହାନାଙ୍କ କାଓ ବୟ ହ୍ୟାଟ୍ ରେ ଜବରଦସ୍ତ ଫଟୋ ପୋଜ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଏହି ଫଟୋରେ ସୁହାନା କାଓ ବୟ ହ୍ୟାଟ୍ ପିନ୍ଧିଥିବା ନଜର ଆସୁଛି।

ସୁହାନାଙ୍କର ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ସେୟାର କରିଛି ତାଙ୍କର ଫ୍ୟାନ୍ କ୍ଳବ। ସୁହାନାଙ୍କ ଏହି ନୂଆ ଅନ୍ଦାଜ୍ କୁ ଖୁବ୍ ପସନ୍ଦ କରିଛନ୍ତି ପ୍ରଶଂସକ। ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିବା ଏହି ଫଟୋରେ ସୁହାନା ସଫେଦ ରଙ୍ଗର କ୍ରପ୍ ଟପ୍ ରେ ଖୁବ୍ ସୁନ୍ଦରୀ ଦିଶୁଛନ୍ତି। ସୁହାନା ବର୍ତ୍ତମାନ ନ୍ୟୁୟର୍କରେ ପଢ଼ୁଛନ୍ତି।