ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ମିଶନ ଶକ୍ତିକୁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ହଜାର ୭୨୨ ଏସଏଚଜିକୁ ଋଣ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଫଳରେ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ଲକ୍ଷ ଟଙ୍କାର ଋଣ ମିଳିବ । ପ୍ରତି ଗୋଷ୍ଠୀକୁ ୧୦ଲକ୍ଷ ହିସାବରେ ମୋଟ ୧୦୦୧ କୋଟି ଟଙ୍କା ଋଣ ଦିଆଯିବ ।