୭ରେ ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଯୋଗଦେବେ । ଏହିକ୍ରମେ ମାଣ୍ଡଭୀୟ ଆସନ୍ତା ୭ରେ ଓଡ଼ିଶା ପହଞ୍ଚିବେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବର୍ଣ୍ଣ ସେଣ୍ଟର ମଧ୍ୟ ଉଦଘାଟିତ ହେବ । ୧୫୦ ବେଡ୍ ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ମଧ୍ୟ କରାଯିବ । ୨୮୩ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ସେଥିମଧ୍ୟରୁ ୪୦ଜଣ ଗୋଲ୍ଡ ମେଡାଲ ପାଇବେ ବୋଲି ସୂଚନା ମିଳିଛି ।