ସାଢ଼େ ୪ ଘଣ୍ଟା ପରେ ମୁକ୍ତିକାନ୍ତ ଉଦ୍ଧାର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ହୋର୍ଡିଂ ଉପରେ ଚଢ଼ିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଦୀର୍ଘ ସାଢ଼େ ୪ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଅଗ୍ନିଶମ ବାହିନୀ ଟିମ୍ ସିଡ଼ି ସାହଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି ।
ଉଦ୍ଧାର ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁକ୍ତିକାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ନ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ମୋତେ ଯଦି ଗିରଫ କରାଯାଏ ଜେଲରେ ଆମରଣ ଅନଶନ କରିବି ।