ନବମ ଓ ଦଶମରେ ଲାଗୁ ହେବ ନୂଆ ବିଷୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଏକ ନୂଆ ବିଷୟ ଯୋଡ଼ା ଯାଇଛି । ନୂଆ ବିଷୟଟି ହେଲା ‘ଆସପିରେସନାଲ କମ୍ପୋନେଣ୍ଟ ।’ ଏଥିରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲମ ଆକ୍ଟିଭିଟି ଓ ବେସିକ ଆଇଟି ସ୍କିଲ ରହିବ । ପ୍ରତ୍ୟେକ ବିଭାଗରେ ୨୫ ଲେଖାଏଁ ମୋଟ ୧୦୦ ମାର୍କ ରହିବ । ଏଥିସହିତ ଚଳିତ ବର୍ଷ ନବମ ଏବଂ ଆଗାମୀ ବର୍ଷ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବିଷୟ ଲାଗୁ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।