ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ,ଏନ୍‌ଏନ୍‌ଏସ୍‌: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ସିଡିଏ ସେକ୍ଟର -୯ସ୍ଥିତ ସରକାରୀ ଘରେ ଫାଶି ଦେବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ବିଚାରପତି ସୁବାସ କୁମାର ବିହାରୀ ୨ଦିନ ଛୁଟି ପରେ ଆଜି କୋର୍ଟ ଆସିବାର ଥିଲା । ହେଲେ ସକାଳ ୧୦ଟାରେ ଷ୍ଟେନୋଙ୍କୁ ଫୋନ କରି ପୁଣି ଆଜି ଛୁଟି ନେଇଥିଲେ ।