ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଜଳସ୍ତର ବଢ଼ି ୬୨୬ ଫୁଟ ଟପିଛି । ଅପରାହ୍ନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬.୦୮ ଫୁଟ ରହିଥିବା ଜଣାପଡ଼ିଛି । ଡ୍ୟାମକୁ ପ୍ରାୟ ୭ଲକ୍ଷ ୮୮ହଜାର ୬୫୨ କ୍ୟୁସେକ ପ୍ରବେଶ କରୁଛି । ଡ୍ୟାମରୁ ୪ଲକ୍ଷ ୪୫ହଜାର ୫୮୯ କ୍ୟୁସେକ ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ ଦେଇ ଜଳ ନିଷ୍କାସିତ କରାଯାଇଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି ।