ଭୁବନେଶ୍ବର,ଏନ୍ଏନ୍ଏସ୍: ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଜାତୀୟ ପତାକୁ ରାଜଧାନୀର ବସ୍ତିକୁ ପଠାଇଛି କମିସନରେଟ ପୁଲିସ। କମିସନରେଟ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯକ୍ରମ ଜରିଆରେ ପତାକା ବାଣ୍ଟିଛି ପୁଲିସ। ପୁଲିସର ସହଯୋଗୀ ଭାବେ କାମ କରୁଥିବା ପ୍ରତି ଥାନା ଅଞ୍ଚଳର ବସ୍ତି ମିତ୍ରଙ୍କୁ ପତାକା ବାଣ୍ଟାଯାଇଛି।
ପାରାଦ୍ବୀପ ଫସଫେଟ ଲିମିଟେଡ ଜରିଆରେ ଟେକ ୟୁର ଫ୍ଲାଗ କାର୍ଯକ୍ରମ ଜରିଆରେ ୧୫ ଶହ ପତାକା ବାଣ୍ଟିଛି କମିସନରେଟ ପୁଲିସ। ପାରାଦ୍ବୀପ ଫସଫେଟ ଲିମିଟେଡ ଏନେଇ ସମସ୍ତ ଖଦିର ଦାମି ପତାକା ପହଞ୍ଚାଇବାରେ ସହଯୋଗର ହାତ ବଢାଇଛି। ଫଳରେ ବସ୍ତିରେ ସଫଳ ହୋଇପାରିବ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ।
ଏହି ଅବସରରେ ପୁଲିସ କମିସନର କହିଛନ୍ତି, “ଆମର ପ୍ରୟାସ ଜାରି ରହିଛି”। ସେହିପରି ମିଶନ ଶକ୍ତି ଜରିଆରେ ସରକାର ପତାକା ପହଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି। ତେଣୁ ଏହା ‘ଆଜାଦି କା ଅମୃତ ମହୋତ୍ସବ’ର ପାଳନର ସମୟରେ ସଭିଏଁ ପାଳିବା ପାଇଁ ଆହ୍ବାନ କରିଛନ୍ତି।