ପ୍ରକାଶ ପାଇଲା ପଲିଟେକନିକ୍ କଲେଜର ରାଙ୍କିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ୧୦୨ଟି ସରକାରୀ ଏବଂ ବେସରକାରୀ ପଲିଟେକନିକ୍ କଲେଜର ରାଙ୍କିଂ ପ୍ରକାଶ ପାଇଛି । ଟପ୍ ୨୦ରେ ୧୩ଟି ସରକାରୀ ଏବଂ ୭ଟି ବେସରକାରୀ ଅନୁଷ୍ଠାନ ସାମିଲ ରହିଛି । ଡିପ୍ଲୋମାସ୍ତରରେ ପଲିଟେକନିକ୍ କଲେଜର ରାଙ୍କିଂ ପ୍ରକାଶ ପାଇଛି । ଏନେଇ ଦକ୍ଷତା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ସୂଚନା ପ୍ରଦାନ କରିଛନ୍ତି ।