ଭୁବନେଶ୍ବର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧିତ କରିବେ ଓଡିଶାର ୨୬ ବିଧାୟକ । ଏଥିନିମନ୍ତେ ବାଚସ୍ପତିଙ୍କ ନେତୃତ୍ୱରେ ବିଭିନ୍ନ ଦଳର ବିଧାୟକ ଆସନ୍ତାକାଲି(ମଙ୍ଗଳବାର) ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧିତ କରିବେ ବିଧାୟକଗଣ ।
ଆସନ୍ତାକାଲି ଅପରାହ୍ନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଦିଲ୍ଲୀ ଯିବେ ବିଧାୟକଗଣ । ବାଚସ୍ପତିଙ୍କ ସହିତ ବିଜେଡିର ୧୫ ବିଧାୟକ, ବିଜେପିର ୬, କଂଗ୍ରେସର ୩ ଓ ସିପିଆଇର ଜଣେ ବିଧାୟକ ଦଲ୍ଲୀ ଯିବେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବିଧାୟକଗଣ ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବେ ।
ଏନେଇ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ପ୍ରସ୍ତାବକୁ ଗୃହରେ ଆଗତ କରିଥିଲେ । ଏହାପରେ ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ସଂକଳ୍ପ ।