ଗାଏବ ହେଲା ମୌସୁମୀ ବର୍ଷା: ବଢୁଛି ଦିନର ତାପମାତ୍ରା, ୧୨ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମୌସୁମୀ ବର୍ଷା କୁଆଡେ ଗାଏବ ହୋଇଛି । ଫଳରେ ରାଜ୍ୟରେ ବର୍ଷା ପରିବର୍ତ୍ତେ ଏବେ ଖରା ହେଉଛି । ଦିନର ତାପମାତ୍ରା ମଧ୍ୟ ବଢିବାରେ ଲାଗିଲାଣି । ଦିନର ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ହେବାର ସମ୍ଭାବନା ରହିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାରେ ବିଜୁଳି ଘଡଘଡି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ନୟାଗଡ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୨ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ କାଳବୈଖାଶୀ ହେବାର ସମ୍ଭାବନା ରହିଛି ।