ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ବେକାକୁ କରୋନା । ଗତ ୨୪ ଘଣ୍ଟାରେ ପୁଣି ୧୦୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୯୧ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୪୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୩୦ କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୩ ଓ ସୁନ୍ଦରଗଡରୁ ୧୮୦ ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୁଳରୁ ୧, ବାଲେଶ୍ବର ୧୫, ବରଗଡ ୧୮, ଭଦ୍ରକରୁ ୬, ବଲାଙ୍ଗିରରୁ ୨୫, ବୌଦ୍ଧରୁ ୧୨, କଟକରୁ ୮୧, ଦେଓଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ୯, ଯାଜପୁରରୁ ୨୨, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୧୨, କୋରାପୁଟରୁ ୫, ମୟୂରଭଞ୍ଜରୁ ୭୧, ନବରଙ୍ଗପୁରରୁ ୯, ନୟାଗଡରୁ ୩୨, ନୂଆପଡାରୁ ୮, ପୁରୀରୁ ୧୩, ରାୟଗଡାରୁ ୫, ସମ୍ବଲପୁରରୁ ୧୦୫, ସୋନପୁରରୁ ୧୮ ଓ ଷ୍ଟେଟପୋଲରୁ ୪୨ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୬,୫୧୦ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୭୪୪୦ସକ୍ରିୟ ମାମଲା ରହିଛି ।