Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଖୁବଶୀଘ୍ର ପୂରଣ ହେବ ୧୭୩୦ ଏସ୍‌ଆଇ ଓ ଏଏସ୍‌ଆଇ ପଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଖୁବଶୀଘ୍ର ପୂରଣ ହେବ ୧୭୩୦ ଏସ୍‌ଆଇ ଓ ଏଏସ୍‌ଆଇ ପଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଧାନସଭାରେ ଆଜି ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ପରିତ ହୋଇଛି । ଖୁବଶୀଘ୍ର ୧୭୩୦ ଏସ୍‌ଆଇ ଓ ଏଏସ୍‌ଆଇ ପଦ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଭିସି ଜରିଆରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । ମାଓବାଦୀ କାର୍ଯ୍ୟକଳାପ କମିଛି । ପୁଲିସ ବିଭାଗର ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି । ରାଜ୍ୟରେ ୧୭୩୦ ଏଏସଆଇ ଓ ଏସଆଇ ପଦବି ପୂରଣ ହେବ । ଏଥି ପାଇଁ ପ୍ରକ୍ରିୟା ଚାଲିଛି ।

ସେହିଭଳି ରାଜ୍ୟର ସବୁ ‌ପୁଲିସ ଷ୍ଟେସନରେ ସିସିଟିଭି ଲାଗିବ । ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଖଞ୍ଜା ଯାଇଛି । ପୁଲିସ ଥାନାଗୁଡ଼ିକୁ ‘ମୋ ସରକାର’ ସହିତ ଯୋଡ଼ା ଯାଇଛି । ଗତବର୍ଷ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି । ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି । ଟ୍ରାନ୍ସଜେଣ୍ଡରମାନଙ୍କୁ ଏସଆଇ ପଦବିରେ ନିଯୁକ୍ତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି । ପୁରୀରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ୨ ବର୍ଷ ପରେ ସାଧାରଣ ଭକ୍ତି ପୁରୀ ରଥଯାତ୍ରାରେ ସାମିଲ ହୋଇଥିଲେ । ବ୍ୟାପକ ପୁଲିସ ମୁତୟନ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି ବୋଲି ସେ କହିଛନ୍ତି ।