ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୫୯ଜଣ ରହିଛନ୍ତି । ସେହିପରି କ୍ୱାରେଣ୍ଟାଇନରୁ ୩୦୦ଜଣ ଓ ସ୍ଥାନୀୟ ସଂକ୍ରମଣ ୨୧୨ଜଣ ରହିଥିବା ଜଣାପଡ଼ିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୨ହଜାର ୯୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୭, କଟକରୁ ୮୯, ପୁରୀ ଓ ସୁନ୍ଦରଗଡ଼ରୁ ୨୯ ଲେଖାଏଁ, ସୋନପୁରରୁ ୧୫, ଯାଜପୁରରୁ ୧୦, ଜଗତସିଂହପୁର ଓ ମୟୁରଭଞ୍ଜରୁ ୮ ଲେଖାଏଁ, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୬, ବାଲେଶ୍ୱର, କେନ୍ଦ୍ରାପଡ଼ା, ମାଲକାନଗିରି ଓ କେଉଁଝରରୁ ୩ ଲେଖାଏଁ, ରାୟଗଡ଼ା, ଦେଓଗଡ଼ ଓ ଗଞ୍ଜାମରୁ ୨ ଲେଖାଏଁ, ଅନୁଗୁଳ, ବରଗଡ଼, ନୟାଗଡ଼, କଳାହାଣ୍ଡି ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୯୨ହଜାର ୯୨୮ ହୋଇଥିବାବେଳେ ୧୨ଲକ୍ଷ ୮୦ହଜାର ୯୫୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୭୯୫ଜଣ ସକ୍ରିୟ ରହିଛନ୍ତି ।