ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ଏଥର ପାସ୍ ହାର ୯୦.୫୫ ପ୍ରତିଶତ

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସ୍ ହାର ୯୦.୫୫ ପ୍ରତିଶତ ରହିଛି । ଚଳିତ ବର୍ଷ ମୋଟ ୫ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ଲକ୍ଷ ୧୭ହଜାର ୮୪୭ଜଣ ପାସ୍ ହୋଇଥିବାବେଳେ ୮,୬୯୯ଜଣ ଫେଲ୍ ହୋଇଛନ୍ତି । ସେହିପରି ୨ଲକ୍ଷ ୫୬ହଜାର ୮୭୭ଜଣ ଛାତ୍ର ଓ ୨ଲକ୍ଷ ୬୦ହଜାର ୯୭୦ ଛାତ୍ରୀ ପାସ୍ ହୋଇଛନ୍ତିଲ୍ଫଳରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି । ଏଥିସହିତ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ପିଲା ଆସନ୍ତା ୧୧ ତାରିଖରୁ ରିଚେକିଂ ପାଇଁ ଆବେଦନ କରିପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।