ଭୁବନେଶ୍ବର,ଏନ୍ଏନ୍ଏସ୍: ସୋଲାର ଏନର୍ଜି କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଲା ସୋଲାର ଇନର୍ଭଟର ପାର୍କ। ଭୁବନେଶ୍ୱର ସ୍ଥିତ ପଟିଆ ଶିଖରଚଣ୍ଡି ନିକଟରେ ଗାୟତ୍ରି ସୋଲାର ପାର୍କ ପ୍ରତିଷ୍ଠା କରିଛନ୍ତି ଯୁବ ଉଦ୍ୟୋଗୀ ପ୍ରଶାନ୍ତ ପାଣିଗ୍ରାହୀ।
ସୋଲାର ଏନର୍ଜି କ୍ଷେତ୍ରରରେ ସୋଲାର ଇନର୍ଭଟର ଗୁରୁତ୍ବପୂର୍ଣ ଭୂମିକା ରହିଛି। ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜଣେ ଯୁବ ଉଦ୍ୟୋଗପତି ଗାୟତ୍ରି ସୋଲାର ନାମରେ ସୋଲାର ଇନର୍ଭଟର ପାର୍କ କରିଛନ୍ତି। ଏଠାରେ ବିଶେଷ କରି ସୋଲାର ଇନର୍ଭଟର ସହ ବ୍ୟାଟେରି ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିସହ ଅନଲାଇନ ୟୁପିଏସ ୧ରୁ ୧୦୦କେଭିର ୟୁପିଏସ, ଅଫଲାଇନ ହାଇବ୍ରିଡ, ଅନଗ୍ରୀଡ ଇନଭର୍ଟର ମଧ୍ୟ ପ୍ରସ୍ତୁତ କରାଯିବ। ଅନ୍ୟପଟେ ଘରୋଇ ବ୍ୟବହାର ପାଇଁ ଇନବିଲ୍ଲଟ ବ୍ୟାଟେରୀ ଇନର୍ଭଟର ସହ ଅକ୍ଷମ ସୋଲାର ଇନଭର୍ଟରକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ କାମ କରାଯିବ।