କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଶ୍ରୀ ଦାଶ କହିଛନ୍ତିି ଯେ, ରେଜଲ୍ଟ ବାହାରିବା ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ଟାବୁଲେସନ ଜାରି ରହିଥିବାବେଳେ ନିର୍ଭୁଲ ରେଜଲ୍ଟ ପ୍ରକାଶ ପାଇଁ ଉଦ୍ୟମ ଚାଲିଛି । କିଛିଦିନ ପରେ ରେଜଲ୍ଟ ପ୍ରକାଶ ତାରିଖ ନେଇ ଜଣାଇ ଦିଆଯିବ ।