ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା, ମାନସିକ ଚାପ ପାଇଁ ଆତ୍ମହତ୍ୟା କରିଥିବା ସୂଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ରହସ୍ୟ ମାମଲାକୁ ନେଇ ପୁଲିସର ତନାଘନା ଜାରି ରହିଛି। ବିଭିନ୍ନ ଡିଗକୁ ନେଇ ପୁଲିସ ଖୋଳତାଡ଼ କରୁଛି। ନିର୍ଣ୍ଣାୟକ ମୋଡରେ ପହଁଚିବା ନେଇ ତଦନ୍ତ ତ୍ୱରାନ୍ୱିତ ହୋଇଛି। ପୋଷ୍ଟ ମୋଟମ ରିପୋର୍ଟ ଆସିବା ପରେ ତଦନ୍ତରେ ଆଗକୁ ବଢିବା ପାଇଁ ପୁଲିସକୁ ସହଜ ହେଉଛି।

ପୁଲିସର ହସ୍ତଗତ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ହେଉଛି ଆଣ୍ଟି ମୋର୍ଟମ ହ୍ୟାଙ୍ଗିଙ୍ଗ ବା ସୁଇସାଇଡ଼ ବାଏ ହ୍ୟାଙ୍ଗିଙ୍ଗ ଅର୍ଥାତ ଝୁଲିକି ଆତ୍ମହତ୍ୟା କରିଛନ୍ତି ରଶ୍ମିରେଖା। ଏନେଇ ଡିସିପି ସ୍ପଷ୍ଟ କରିଛନ୍ତି, ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି। ଡିପ୍ରେସନ କାରଣରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି।

ହେଲେ ଏ ଡିପ୍ରେଶନର କାରଣ କ’ଣ। କାହିଁକି ଡିପ୍ରେଶନରେ ରହିଥିଲେ ରଶ୍ମିରେଖା। କେତେଦିନ ଧରି ମାନସିକ ଭାବେ ଅସୁସ୍ଥ ଥିଲେ ସେ। ଏ ବାବଦରେ ପରିବାର ଲୋକଙ୍କୁ ଜଣେଇ ଥିଲେ କି ନାହିଁ। ଏ ପୁରା ଘଟଣାରୁ ପରଦା ହଟେଇବା ପାଇଁ ପୁଲିସର ଖୋଳତାଡ ଜାରି ରହିଛି। ରଶ୍ମିରେଖାଙ୍କ ମୋବାଇଲକୁ ଅନ ଲକ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି।