ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଖୁବଶୀଘ୍ର ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । କୋଲ୍ ଇଣ୍ଡିଆର ସହଯୋଗରେ ବିଦ୍ୟାଳୟ ଖୋଲିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଗଣାତ୍ମକ ଶିକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ । କେନ୍ଦ୍ରୀୟ, ଏକଲବ୍ୟ ଓ ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ସମ୍ଭବ ।