ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରୁ ୧କୋଟି ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏସଟିଏଫ୍ ଟିମ୍ ୧୨୩୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗର କପିଳଦେବ ମଜୁମଦାର ଓ ଖୋର୍ଦ୍ଧାର ରଶ୍ମିରଞ୍ଜନ ଭୋଳ । ଉଭୟଙ୍କଠାରୁ ଏକାଧିକ ନକଲି ପରିଚୟ ପତ୍ର ଜବତ ହୋଇଥିବା ଜଣାପଡ଼ିଛି ।