ରାଜ୍ୟରେ କମିଲା ବସ୍ ଭଡ଼ା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ତେଲ ଦର କମିଥିବାରୁ ରାଜ୍ୟରେ ବସ୍ ଭଡ଼ା କମିଥିବା ଜଣାପଡ଼ିଛି । ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଥିବାବେଳେ ଏକ୍ସପ୍ରେସ ୯୬ରୁ ୯୩ ପଇସା କମିଛି । ସେହିପରି ଡିଲକ୍ସ ଭଡ଼ା ୧.୩୫ରୁ ୧.୨୯, ଏସି ଡିଲକ୍ସ ୧.୬୩ରୁ ୧.୫୭ ଓ ସୁପର ପ୍ରିମିୟମ୨ଟଙ୍କା ୫୩ରୁ ୨ଟଙ୍କା ୪୪ ପଇସା କମିଥିବା ଜଣାପଡ଼ିଛି ।