ଆସୁଛି ଆଉ ଏକ ଲଘୁଚାପ, ୮ରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆରମ୍ଭ ହେଲା ବାତ୍ୟା ଋତୁ। ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରେ ଆସନ୍ତା ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ବଙ୍ଗୋପସାଗର ସମେତ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଯାହା ଆସନ୍ତା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ମଧ୍ୟ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

ତେବେ ଏପର୍ଯ୍ୟନ୍ତ ଏହା କେତେ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ଏହାର ପ୍ରଭାବ କେଉଁଠି ପଡିବ ଓ କେଉଁ ଦିଗରେ ଗତି କରିବ ତାକୁ ନେଇ ଆକଳନ କରାଯାଇ ନାହିଁ। ଏପ୍ରିଲ ୬ ତାରିଖ ପରେ ଏହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।