ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାର ବିବୃତି ପ୍ରଦାନ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରକଳ୍ପ ନେଇ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା । ସମସ୍ତେ ମିଳିମିଶି ନିଷ୍ଠାର ସହକାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ କିଛି କ୍ଷୟକ୍ଷତି ହେବା ଆଶଙ୍କା ନାହିଁ । ମାର୍ଚ୍ଚ ୩୧ ତାରିଖରେ ଅନେକ ପ୍ରକାର କମିଟି ଗଠନ କରାଯିବ ।