ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ କମେଡି କିଙ୍ଗ କପିଲ ଶର୍ମା। କପିଲ ଶର୍ମାଙ୍କ ସହ ଫିଲ୍ମ ନିର୍ମାଣ କରୁଛନ୍ତି ଓଡିଆ ସିନେ ନିର୍ମାତା ନନ୍ଦିତା ଦାସ। ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି। ଶନିବାର ସିନେମାର ସୁଟିଂ ଖଣ୍ଡଗିରିର ବିଭିନ୍ନ ସ୍ଥାନରେ ହେଉଥିଲା। ଏହାକୁ ଦେଖିବାକୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମିଥିଲା।
କପିଲ ଶର୍ମା ଭୁବନେଶ୍ୱର ଆସିବା ଶୁଣି ବହୁ ପ୍ରଶଂସକ ରାସ୍ତାରେ ଏବଂ ସୁଟିଂ ହେଉଥିବା ସ୍ଥାନରେ ଭିଡ ଜମାଇଥିଲେ। ତେବେ ସକାଳ ସମୟରେ ଖଣ୍ଡଗିରି ପାହାଡ ତଳେ ଥିବା ଏକ ମଲରେ ସୁଟିଂ ହେଉଥିବା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିଏସ ଆର୍ଟ ସେଣ୍ଟର ପରିସରରେ ସୁଟିିଂ ହୋଇଥିଲା।
ଏହାକୁ ଦେଖିବାକୁ ରାସ୍ତାରେ ପ୍ରବଳ ଭିଡ କମିଥିଲେ। ଦର୍ଶକ ବହୁତ ଦୂରରେ ଛିଡା ହୋଇ ସୁଟିଂ ଦେଖୁଥିବା ବେଳେ ଭିଡିଓ ସୁଟିଂ ମଧ୍ୟ କରିଥିଲେ। ତେବେ ଏହି ଫିଲ୍ମରେ କପିଲ ଜଣେ ଫୁଡ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ। ତାଙ୍କ ପତ୍ନୀଙ୍କ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି।