ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଆଉ ମାର୍ଚ୍ଚ ୨୬ରେ ଗଣତି ହେବା ନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି । ଏହି କ୍ରମରେ ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରିହେବ । ମାର୍ଚ୍ଚ ୯ରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ୧୪ ସୁଦ୍ଧା ପ୍ରତ୍ୟାହାର କରାଯିବ । ଏଥିସହିତ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମ୍ ପ୍ରକ୍ରିୟାରେ ଭୋଟ ଗ୍ରହଣ କରାଯିବ ଏବଂ ପ୍ରତି ବୁଥରେ ୨ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ ମେୟର ଓ ପୌରାଧ୍ୟକ୍ଷ ଭୋଟ ଦେଇହେବ । ଦ୍ୱିତୀୟ ଇଭିଏମରେ କାଉନସିଲର ଓ କର୍ପୋରେଟରଙ୍କୁ ଭୋଟ ଦେଇହେବ । ପ୍ରଥମଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ ବୋଲି ଜଣାପଡ଼ିଛି ।
ସେହିପରି ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଏବଂ ୮ରେ ଡେପୁଟି ମେୟର ନିର୍ବାଚନ ହେବ । ୧୦୬ ଏନଏସି/ ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ପୌର ନିର୍ବାଚନ ହେବନାହିଁ ।