ସରିଲା ଫରହାନ ଓ ଶିବାନୀଙ୍କ ବିବାହ

ମୁମ୍ବାଇ: ୪ ବର୍ଷ ପରସ୍ପରକୁ ଡେଟ କରିବା ପରେ ଆଜି ବଲିଉଡ ଅଭିନେତା ଫରହାନ ଅଖତାର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଫରହାନ ଓ ଶିବାନୀ ନିଆରା ଉପାୟରେ ବିବାହ ରଚିଛନ୍ତି । ସେମାନଙ୍କ ବିବାହ ହିନ୍ଦୁ କିମ୍ବା ମୁସଲିମ ପରମ୍ପରାରେ ହୋଇନାହିଁ । ବରଂ ଦୁହିଁଙ୍କ ବିବାହ ଖ୍ରୀଷ୍ଟ ପ୍ରଥା ଅନୁଯାୟୀ ହୋଇଛି । ବିବାହ ଖୁବ୍ ସରଳ ଢଙ୍ଗରେ ହୋଇଥିବାବେଳେ କେବଳ ପରିବାରବର୍ଗ ଓ ଖାସ୍ ବନ୍ଧୁ ସାମିଲ ହୋଇଥିଲେ । ଖାସ୍ ବନ୍ଧୁଙ୍କ ମଧ୍ୟରେ ଋିତିକ ରୋଶନ, ଆଶୁତୋଷ ଗୋବାରିକର, ରବିନା ଟଣ୍ଡନ, ଅମୃତା ଅରୋରା, ଅନୁଷା ଦାଣ୍ଡେକର, ରାକେଶ ଓମ୍ ପ୍ରକାଶ ମେହେରା ଓ ରିୟା ଚକ୍ରବର୍ତ୍ତୀ ପ୍ରମୁଖ ସାମିଲ ହୋଇଥିଲେ ।