ଆସନ୍ତା ୭ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ଏମ୍ସ ଓପିଡି ଆସନ୍ତା ୭ ତାରିଖରୁ ଖୋଲିବ । କୋଭିଡ ସଂକ୍ରମଣ କମିବା ସହ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଓପିଡି ସିଡ୍ୟୁଲ ପାଳନ ପାଇଁ ସବୁ ବିଭାଗକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।