୨ରୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍

ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍ କରାଯିବ। ନିୟମକୁ କଡାକଡି ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପ୍ଲାଷ୍ଟିକ ଉତ୍ପାଦ ତଥା ପଲିଥିନ ମୁଣି, ପ୍ଲାଷ୍ଟିକ ପ୍ଲେଟ୍, ଚାମଚ, ଥାଳି, ଗ୍ଲାସ୍, ପ୍ଲାଷ୍ଟିକ ସାଜସଜ୍ଜା ବ୍ୟବହାର ନିଷିଦ୍ଧ କରାଯାଇଛି। ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତଙ୍କୁ ୫ବର୍ଷ ଜେଲ୍ ଓ ୧ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ। ନିୟମ ଖିଲାପକାରୀଙ୍କୁ ଦଣ୍ଡିତ କରାଇବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି।