ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପ୍ରସ୍ତୁତ ପ୍ରଥମ ଆଣ୍ଟିଜେନ ଟେଷ୍ଟ କିଟକୁ ଆଇସିଏମଆର ଅନୁମତି ପ୍ରଦାନ କରିଛି । ମେକ୍ ଇନ୍ ଓଡ଼ିଶା ରାପିଡ୍ ଆଣ୍ଟିଜେନ କିଟ୍ ଓଗଉଙଠ-ଇଏକୁ ଭୁବନେଶ୍ୱରର ଇମ୍ଜେନେକ୍ସ ଇଣ୍ଡିଆ ଲିମିଟେଡ ପ୍ରସ୍ତୁତ କରିଛି । ଉକ୍ତ କିଟକୁ ଗତକାଲି ଆଇସିଏମଆର ଅନୁମତି ପ୍ରଦାନ କରିଥିବା ନେଇ ଆରସିଏମଆର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଏଥିସହିତ ୨ ମାସ ପରେ କିଟ୍ ବଜାରରେ ଉପଲବ୍ଧ ହେବ ବୋଲି ଇମ୍ଜେନେକ୍ସର ସିଇଓ କହିଛନ୍ତି ।