ରାଜ୍ୟରେ ଦିନକରେ ୧୦,୩୬୮ ସଂକ୍ରମିତ ଚିହ୍ନଟ, ୭ ମୃତ

ଭୁବନେଶ୍ବର,ଏନ୍ଏନ୍ଏସ୍: ସାମାନ୍ୟ ଖସିଲା କୋରୋନା ସଂକ୍ରମଣ। ଗତକାଲି ୧୧ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାରକୁ ଖସିଛି। ଗତ ୨୪ ଘଣ୍ଟାରେ ୧୦ହଜାର ୩୬୮ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୯୦କିଶୋର କିଶୋରୀ ରହିଥିବା ବେଳେ ୬୦୧୫ କ୍ବାରେଣ୍ଟାଇନ ସେଣ୍ଟର ଓ ୪୩୫୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ରାଜ୍ୟରେ ଦିନକରେ ଆଉ ୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୩୬, ବାଲେଶ୍ବରରୁ ୩୦୪, ବରଗଡରୁ ୧୫୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୫୩, ବୌଦ୍ଧରୁ ୭୬, କଟକରୁ ୯୪୦, ଦେବଗଡରୁ ୭୮, ଢେଙ୍କାନାଳରୁ ୮୩, ଗଜପତିରୁ ୧୦୦ , ଗଞ୍ଜାମରୁ ୮୭, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୯୦, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୯୪, କନ୍ଧମାଳରୁ ୮୩, କେନ୍ଦ୍ରାପଡାରୁ ୧୦୬, କେନ୍ଦୁଝରରୁ ୧୨୩, କୋରାପୁଟରୁ ୨୦୨, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୬୨, ନୟାଗଡରୁ ୧୪୯, ନୂଆପଡାରୁ ୧୯୬, ପୁରୀରୁ ୧୪୦, ରାୟଗଡାରୁ ୨୦୮, ସମ୍ବଲପୁରରୁ ୨୪୭, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୧୫୦୫ ଓ ଷ୍ଟେଟପୁଲରୁ ୬୬୪ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୭୭, ୪୬୨ରେ ପହଞ୍ଚିଛି।