୪ ଆଇଏଏସ୍‌ଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାର ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ହେଲେ ପଦୋନ୍ନତି ପାଇଥିବା ୪ ଆଇଏଏସ ଅଧିକାରୀ।

୧୯୯୪ ବ୍ୟାଚର ଏହି ୪ ଜଣ ଅଧିକାରୀ ହେଲେ ଅନୁ ଗର୍ଗ, ମଧୂସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଅରୋରା। ପଦୋନ୍ନତି ପାଇଥିବା ଏହି ୪ ଜଣ ଆଇଏଏସ ଅଧିକାରୀ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ।