ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ମଧ୍ୟରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କ୍ରମରେ ସକାଳ ୮ଟା ୩୦ରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ପରେଡରେ କେବଳ ପୁଲିସ ଟିମ୍ ହିଁ ଭାଗ ନେବେ। ଏଥର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟଙ୍କୁ ଅନୁମତି ମିଳିବ ନାହିଁ। କୌଣସି ସାଧାରଣ ଲୋକ ସମାରୋହକୁ ଆସିବେନି ବୋଲି ସୂଚନା ମିଳିଛି।