ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୬ ଜଣ ଛାତ୍ର କରୋନା ସଂକ୍ରମିତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ପ୍ରାୟ ୬ ଜଣ ଛାତ୍ର ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ମାନଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ଏହି ବିଷୟରେ ସୂଚନା ଦେଇ ଡିନ୍ କୃଷ୍ଣ ଚନ୍ଦ୍ର ବିଶ୍ୱୱାଲ କହିଛନ୍ତି ଯେ ସଂକ୍ରମିତମାନେ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର।

ରାଜ୍ୟରେ ବର୍ତ୍ତମାନ ଦୈନିକ କରୋନା ସଂକ୍ରମଣରେ ତିବ୍ର ବୃଦ୍ଧି ଘଟିଛି। ଗତକାଲି ରାଜ୍ୟରେ ୬୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିଭଳି ୧୨୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିଲେ।

ଗତକାଲି ଜଟଣୀସ୍ଥିତ ନାଇଜରରେ ୩୧ ଜଣ ସଂକକ୍ରମିତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ବଢୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି କୋଭିଡ ସ୍ଥିତିର ସମିକ୍ଷା କରି ମୁଖ୍ୟମନ୍ତ୍ରୀ ୧୦ ଦିନ ମଧ୍ୟରେ କୋଭିଡ ମେଡିକାଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପ୍ରତି କରୋନାର ଓମିକ୍ରନ୍ ଭାରିଆଣ୍ଟ ସହିତ ଜଡିତ ପଜିଟିଭ୍ ବୃଦ୍ଧିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ।

ଗତ ବର୍ଷ ମହାମାରୀର ଦ୍ୱିତୀୟ ଲହର ସମୟରେ ଶଯ୍ୟା, କୋଭିଡ କେୟାର ୟୁନିଟ୍ ଗୁଡିକର ସର୍ବୋଚ୍ଚ ସ୍ତରର ମେଡିକାଲ୍ ଜରୁରୀକାଳୀନ ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବଢୁଥିବା ସଂକ୍ରମଣକୁ ଲକ୍ଷ୍ୟରେ ରଖି ମାସ୍କ ପିନ୍ଧିବା, ନିୟମିତ ହାତ ସାନିଟାଇଜେସନ୍ ଇତ୍ୟାଦି ଭଳି ସମସ୍ତ ଆବଶ୍ୟକୀୟ କୋଭିଡ କଟକଣାକୁ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।