ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୯୯୩ ପଜିଟିଭ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: କାଲି କମିଥିଲା ଆଉ ଆଜି ପୁଣି ବଢିଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୫୭୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୪୧୫। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୧୩୮ ଜଣ ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୩୦, ବରଗଡରୁ ୧୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେବଗଡରୁ ୪, ଢେଙ୍କାନାଳରୁ ୩୨, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫୧, ଯାଜପୁରରୁ ୬୦, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୭, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୪୧୯, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡରୁ ୧୬, ନୂଆପଡା୧, ପୁରୀରୁ ୨୫, ରାୟଗଡାରୁ ୩, ସମ୍ବଲପୁରରୁ ୧୧, ସୋନପୁରରୁ ୫, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ୯୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୯ ଲକ୍ଷ ୯୭ ହଜାର ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୦ ହଜାର ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୫୩୬ ଜଣ ଆକ୍ରାନ୍ତ ଅଛନ୍ତି।