ଭୁବନେଶ୍ୱରରୁ ଗତ ୨୪ ଘଣ୍ଟାରେ ୯୨୫ ସଂକ୍ରମିତ ଚିହ୍ନଟ, ୮୫୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ୯୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତଙ୍କ ସଂଖ୍ୟା ୯୨୫ ଥିବା ବେଳେ ସେଥିମଧ୍ୟରୁ ୭୮୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ ୧୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାର ୯୨୫ ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୧୨,୩୪୧ ରେ ପହଞ୍ଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୫୭୪ରେ ପହଞ୍ଚିଛି। ଏହା ସହିତ ଶେଷ ୨୪ ଘଣ୍ଟାରେ ୮୫୫ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୧,୯୧୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୩୦୧ରେ ପହଞ୍ଚିଛି।