ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମଥର ଲାଗି ସମ୍ବଲପୁରରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ସର୍ବାଧିକ ୨୮, ବାଲେଶ୍ୱରରୁ ୧୭, ଗଞ୍ଜାମରୁ ୧୫, କଟକରୁ ୧୨, ପୁରୀରୁ ୭, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୩, ବଲାଙ୍ଗିରରୁ ୨, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୮୭ ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛିି।
ସୂଚନାଯୋଗ୍ୟ ଯେ, ଭଦ୍ରକରୁ ନୂଆ ୨୮ ଆକ୍ରାନ୍ତଙ୍କ ସହ ପଜିଟିଭ ସଂଖ୍ୟା ୭୪ରେ ପହଂଚିଥିବାବେଳେ ବାଲେଶ୍ୱରରେ ୧୧୯, ଗଞ୍ଜାମରେ ୨୯୨, କଟକରେ ୨୨, ପୁରୀରେ ୨୫, କେନ୍ଦୁଝରରେ ୮, ଖୋର୍ଦ୍ଧା ୫୯, ବଲାଙ୍ଗିର ୪, ସୁନ୍ଦରଗଡ଼ରେ ୨୭କୁ ବୃଦ୍ଧି ପାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅ।।କ୍ରାନ୍ତଙ୍କ ସଂଖ୍ୟା ୮୨୮ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୬ ଜଣ ସୁସ୍ଥ ହୋଇଛନ୍ତି। ଆଉ ୬୨୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।