ରାଜ୍ୟରେ ଆଜି ଆଉ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଚଳିତ ମାସରେ ପୁଣି ତୃତୀୟ ଥର ପାଇଁ ହଜାରେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍‌ରୁ ଆଉ ୯୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ଏବଂ ଅନ୍ୟ ୩୭୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ରାଜ୍ୟରେ ଏ ପର୍ୟ୍ୟନ୍ତ ୫୨୧୯୦୧୪ କରୋନା ନମୁନା ପରୀକ୍ଷଣ କରାଯାଇଛି। ଏଯାଏଁ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ୩୦୭୯୦୬ ରେ ପହଞ୍ଚିଛି। ସେଥିମଧ୍ୟରୁ ୨୯୫୨୪୫ ଜଣ ସୁସ୍ଥ ହୋଇଛନ୍ତି । ୧୧୦୯୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।