ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୬୭୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୩୨ ଜଣ ରହିଛନ୍ତି। ସେହିପରି, ରାୟଗଡା ଜିଲ୍ଲାରୁ ୧୩୭ ଜଣ, ବରଗଡ଼ରୁ ୩୧ ଜଣ, ଖୋର୍ଦ୍ଧାରୁ ୨୮ ଜଣ, କଟକରୁ ଓ କେନ୍ଦୁଝରରୁ୨୬ଜଣ ଲେଖାଏଁ , ଭଦ୍ରକରୁ ୨୩ ଜଣ, ମୟୁରଭଞ୍ଜରୁ ୨୨ଜଣ, ଯାଜପୁରରୁ୧୯ଜଣ, କନ୍ଧମାଳରୁ ୧୫ଜଣ, ଗଜପତି ଓ ସମ୍ବଲପୁର ଜିଲ୍ଲାରୁ ୧୪ ଜଣ ଲେଖାଏଁ, ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ନୟାଗଡ଼ ୭ଜଣ, ବାଲେଶ୍ୱର, କେନ୍ଦ୍ରାପଡା ଓ ମାଲକାନଗିରି ଜିଲ୍ଲାରୁ ୬ ଲେଖାଏଁ, ଝାରସୁଗୁଡା ଓ କୋରାପୁଟରୁ ୫ ଜଣ ଲେଖାଏଁ, ବଲାଙ୍ଗିର ୪ଜଣ, ପୁରୀ ୩ଜଣ, ବୌଦ୍ଧ୨ଜଣ ଏବଂ ସୁବର୍ଣ୍ଣପୁରରୁ ୧ ସୁସ୍ଥ ହୋଇଛନ୍ତି।