ଆଜି ସୁସ୍ଥ ହେଲେ ଆଉ ୮,୨୯୯ କରୋନା ରୋଗୀ: ଖୋର୍ଦ୍ଧାରୁ ସର୍ବାଧିକ ୧୨୪୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୨୯୯ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୭ଲକ୍ଷ ୭୨ହଜାର ୯୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୪୮, କଟକରୁ ୭୩୫, ଯାଜପୁରରୁ ୫୦୬, ପୁରୀରୁ ୪୭୩, ବାଲେଶ୍ୱରରୁ ୪୫୨, ମୟୁରଭଞ୍ଜରୁ ୪୪୫, ଢେଙ୍କାନାଳରୁ ୩୯୯, କେନ୍ଦ୍ରାପଡ଼ାରୁ ୩୦୨, ନୟାଗଡ଼ରୁ ୨୭୦, କୋରାପୁଟରୁ ୨୪୭, ସୁନ୍ଦରଗଡ଼ରୁ ୨୪୩, ନବରଙ୍ଗପୁରରୁ ୨୧୫, ରାୟଗଡ଼ାରୁ ୨୦୮ ଓ ଜଗତସିଂହପୁରରୁ ୨୦୧ଜଣ ରହିଛନ୍ତି। ସେହିପରି ଅନୁଗୁଳରୁ ୧୯୯, କେଉଁଝରରୁ ୧୯୪, ସମ୍ବଲପୁରରୁ ୧୯୩, ବରଗଡ଼ରୁ ୧୮୬, କଳାହାଣ୍ଡିରୁ ୧୭୩, ଗଞ୍ଜାମରୁ ୧୬୬, ବୌଦ୍ଧରୁ ୧୪୭, ଭଦ୍ରକରୁ ୧୪୪, ସୋନପୁରରୁ ୧୨୫, ମାଲକାନଗିରିରୁ ୧୨୨, ବଲାଙ୍ଗିରରୁ ୧୧୩, କନ୍ଧମାଳରୁ ୧୦୨, ଝାରସୁଗୁଡ଼ାରୁ ୯୦, ଦେଓଗଡ଼ରୁ ୮୦, ଗଜପତିରୁ ୬୩, ନୂଆପଡ଼ାରୁ ୩୭ ଓ ଷ୍ଟେଟପୋଲରୁ ୨୨୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୩୭ହଜାର ୨୨୬କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଲକ୍ଷ ୭୨ହଜାର ୯୭୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୧୬୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୧ହଜାର ୮୭ ଜଣ ଚିକିତ୍ସିତ ହେଉଛନ୍ତି।