ଭୁବନେଶ୍ୱର, ଏନଏନଏସ: ରାଜଧାନୀ ଭୁବନେଶ୍ବରରେ ଆଜି ପୁଣି ୭୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୪୦ ଜଣ ଚିହ୍ନଟ ହୋଇଥିବା ବେଳେ ୬୩୨ ଜଣ ସ୍ଥାନୀୟ ଅକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ବରରୁ ବର୍ତ୍ତମାନ ସୁଦ୍ଧା ୪୧,୪୦୧ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଆକ୍ଟିଭ୍ କେସ୍ ୫୮୯୬ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୫୨୨୭ ଜଣ ଏବଂ ୨୫୭ ଜଣଙ୍କର ମୃତ୍ୟୁ ଘଟିଛି ।