ଦିନକରେ ଆଉ ୭୩୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୩୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୦୧ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୪୨୪ଜଣ ଓ ସ୍ଥାନୀୟ ସଂକ୍ରମଣ ୩୧୦ଜଣ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୯୧, ଷ୍ଟେଟପୋଲରୁ ୮୧, ଜଗତସିଂହପୁରରୁ ୩୨, ବାଲେଶ୍ୱରରୁ ୩୦, ଯାଜପୁରରୁ ୨୯, ମୟୁରଭଞ୍ଜରୁ ୨୭, ପୁରୀରୁ ୧୭, ଅନୁଗୁଳ ଓ ସୁନ୍ଦରଗଡ଼ରୁ ୧୩ ଲେଖାଏଁ, ବୌଦ୍ଧରୁ ୧୦, ନୟାଗଡ଼ ଓ ସମ୍ବଲପୁରରୁ ୭ଲେଖାଏଁ, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୬ ଲେଖାଏଁ, ବରଗଡ଼ ଓ ଢେଙ୍କାନାଳରୁ ୫ ଲେଖାଏଁ, କୋରାପୁଟ ଓ ରାୟଗଡ଼ାରୁ ୪ ଲେଖାଏଁ, ଝାରସୁଗୁଡ଼ା ଓ କେଉଁଝରରୁ ୩ଲେଖାଏଁ, ମାଲକାନଗିରିରୁ ୨, କନ୍ଧମାଳ, ଗଜପତି, ନୂଆପଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦ ହୋଇଥିବାବେଳେ ୧୦ଲକ୍ଷ ୮ହଜାର ୨୨୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୧୫୦ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୫୨୧ଜଣ ଚିକିତ୍ସିତ ହେଉଛନ୍ତି।