ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪୭୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୨୩୯ ଜଣ ଲୋକାଲର ବୋଲି ଜଣାପଡ଼ିଛି।
ଆଜି ୨୪ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୦ ଜଣ, ମାଲକାନଗିରିରୁ ୫୪ ଜଣ, କଟକରୁ ୩୨ ଜଣ, କେନ୍ଦୁଝରରୁ ୨୮ ଜଣ, କୋରାପୁଟରୁ ୨୭ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ଗଜପତିରୁ ୨୧ ଜଣ, ରାୟଗଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ନୟାଗଡ଼ରୁ ୧୩ ଜଣ, ସୁନ୍ଦରଗଡ଼ ଓ ଭଦ୍ରକରୁ ୧୦ ଜଣ ଲେଖାଏଁ, ପୁରୀ, ଅନୁଗୁଳ ଓ ବାଲେଶ୍ୱରରୁ ୯ ଜଣ ଲେଖାଏଁ, ସମ୍ବଲପୁର ଓ କନ୍ଧମାଳରୁ ୭ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୬ ଜଣ, ସୋନପୁରରୁ ୫ ଜଣ, କେନ୍ଦ୍ରାପଡା ଓ ବରଗଡ଼ରୁ ୪ ଜଣ ଲେଖାଏଁ ଓ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୬୯ ହଜାର ୭୩୮ଟି କରୋନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୧୬ ହଜାର ୧୧୦ଟି ପଜିଟିଭ ଚିହ୍ନଟ ହୋଇଛି। ସେଥିରୁ ୧୦ ହଜାର ୮୭୭ ଜଣ ସୁସ୍ଥ ହୋଇଥିବାବେଳେ ୫ ହଜାର ୧୨୪ ଜଣ ସକ୍ରିୟ ଅଛନ୍ତି।