ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୨୧ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୦୮୧ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୩୩୮ ଜଣ, ବାଲେଶ୍ୱରରୁ ୩୩୧ ଜଣ, ବରଗଡ଼ରୁ ୧୧୭ ଜଣ, ଭଦ୍ରକରୁ ୨୬୭ ଜଣ, ବଲାଙ୍ଗିରରୁ ୮୯ ଜଣ, ବୌଦ୍ଧରୁ ୧୩୪ ଜଣ, କଟକରୁ ୭୭୧ ଜଣ, ଦେଓଗଡ଼ରୁ ୬୪ଜଣ, ଢେଙ୍କାନାଳରୁ ୧୦୬ ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୭୪ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୮୬ ଜଣ, ଝାରସୁଗୁଡ଼ାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୮୮ ଜଣ, ଖୋର୍ଦ୍ଧାରୁ ୧୧୬୭ ଜଣ ଓ କୋରାପୁଟରୁ ୧୫୮ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ମାଲକାନଗିରିରୁ ୯୫ ଜଣ, ମୟୂରଭଞ୍ଜରୁ ୩୭୦ ଜଣ, ନବରଙ୍ଗପୁରରୁ ୧୯୮ ଜଣ, ନୟାଗଡ଼ରୁ ୧୯୬ ଜଣ, ନୂଆପଡ଼ାରୁ ୨୮ଜଣ, ପୁରୀରୁ ୩୦୬ ଜଣ, ରାୟଗଡ଼ାରୁ ୨୨୨ ଜଣ, ସମ୍ବଲପୁରରୁ ୧୦୭ ଜଣ, ସୋନପୁରରୁ ୫୯ ଜଣ, ସୁନ୍ଦରଗଡ଼ରୁ ୨୪୩ ଜଣ ଓ ଷ୍ଟେଟ୍ ପୁଲରୁ ୨୦୭ ଜଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ରେ ପହଞ୍ଚିଛି। ସେଥିରୁ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଥିବା ବେଳେ ୭୮ ହଜାର ୩୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।