କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌, ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ କମିବାର ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗି ପାରୁନାହିଁ। ଦୈନିକ ୬୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ମୃତ୍ୟୁ ବରଣ କରୁଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୯୭ ରେ ପହଞ୍ଚିଛି।

କଟକରୁ ସର୍ବାଧିକ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ଜଗତସିଂହପୁରରୁ ୯ ଜଣ, ଢେଙ୍କାନାଳରୁ ୬ ଜଣ, ଯାଜପୁର, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ରହିଛନ୍ତି। ଏହା ପଛକୁ ଅନୁଗୁଳ ଏବଂ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ଓ ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।